The Topmost

“The eyes believe themselves, the ears believe other people.”

୫୦୦ ଟଙ୍କିଆ ନୋଟ୍ ଅଧିନ ନକଲି

ନଲଲି ହେଉଛି ୫୦୦ ଟଙ୍କିଆ ନୋଟ୍ । ଅନ୍ୟ ନୋଟ୍ ତୁଳନାରେ ୫୦୦ ଟଙ୍କିଆ ନୋଟ୍ ଅଧିନ ନକଲି ହେଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରୁ ଏସମ୍ପର୍କରେ ସୂଚନା ମିଳିଛି । ଗତ ବର୍ଷ ତୁଳନାରେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ୧୪ ଦଶିମିକ୍ ୪ ପ୍ରତିଶତ ୫୦୦ ଟଙ୍କିଆ ନକଲି ନୋଟ୍ ଠାବ କରାଯାଇଛି । ବର୍ଷଟେ ମଧ୍ୟରେ ମୋଟ ୯୧ ହଜାର ୧୧୦ ନକଲି ୫୦୦ ଟଙ୍କିଆ ନୋଟ୍ ଠାବ କରାଯାଇଛି । ଯାହାର ମୂଲ୍ୟ ୪ କୋଟି ୫୫ ଲକ୍ଷ ଟଙ୍କା । ଗତବର୍ଷ ୩ କୋଟି ୯୮ ଲକ୍ଷ ଟଙ୍କାର ୭୯ ହଜାର ୬୬୯ ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଠାବ କରାଯାଇଥିଲା । ୨୦୧୬ ବିମୁଦ୍ରାକରଣରେ ପୁରୁଣା ୫୦୦ ଏବଂ ହଜାର ଟଙ୍କିଆ ନୋଟ୍ ବନ୍ଦ କରାଯାଇଥିଲ । ପରେ ଏହି ନୂଆ ୫୦୦ ଟଙ୍କିଆ ନୋଟ୍ ବଜାରକୁ ଛଡାଯାଇଥିଲା । ଯାହାର ଏବେ ବହୁଳ ଭାବେ ନକଲି ହେଉଥିବା ଦେଖିବାକୁ ମିଳିଛି । ହେଲେ ୨ ହଜାର ଟଙ୍କିଆର ନକଲି ନୋଟ୍ ଗତ ବର୍ଷ ତୁଳନାରେ ୨୮ ପ୍ରତିଶତ ହ୍ରାସ ପାଇଛି ।