ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫକୁ ନେଇ ଦିଲ୍ଲୀ ପୋଲିସର ବଡ ସୂଚନା । ‘ଏପର୍ଯ୍ୟନ୍ତ ଆମକୁ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ’ । ଏହାସହ ଦିଲ୍ଲୀ ପୋଲିସ କହିଛି କି, ଆଗାମୀ ୧୫ ଦିନ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରାଯିବ । ଏହି ଚାର୍ଜସିଟ୍ ଅନ୍ତିମ ଚାର୍ଜସିଟ୍ ହୋଇପାରେ ବୋଲି କୁହାଯାଇଛି । ଏହାସହ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଦାବିକୁ ପ୍ରମାଣିତ କରିବାକୁ କୌଣସି ସହାୟକ ପ୍ରମାଣ ନଥିବା କଥା ଦିଲ୍ଲୀ ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହା ବ୍ୟତୀତ ଦିଲ୍ଲୀ ପୋଲିସର ସୂଚନା ମୁତାବକ ପ୍ରାଥମିକ ଅଭିଯୋଗରେ ଦର୍ଶାଯାଇଥିବା ପୋକ୍ସୋ ଧାରା ଅନୁଯାୟୀ ଦଣ୍ଡ ୭ବର୍ଷରୁ କମ୍ । ଏହି କାରଣରୁ ଅଭିଯୁକ୍ତଙ୍କ ଦାବି ଅନୁଯାୟୀ ତଦନ୍ତକାରୀ ଅଧିକାରୀ ତାଙ୍କୁ ଗିରଫ କରିପାରିବେ ନାହିଁ । ସେହିଭଳି ଅଭିଯୁକ୍ତ ନା ସାକ୍ଷୀଙ୍କୁ ପ୍ରଭାବିତ କରୁଛନ୍ତି ନା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ପୋଲିସରୁ ସୂତ୍ର ସୂଚନା ରହିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ