The Topmost

“The eyes believe themselves, the ears believe other people.”

ଆଉ ଏକ IPL ସିଜିନ୍ ଖେଳିବେ ମାହି !

ବର୍ତ୍ତମାନ ଅବସର ଘୋଷଣା ପାଇଁ ଉପଯୁକ୍ତ ସମୟ । କିନ୍ତୁ ମୁଁ ମୋ ପ୍ରଶଂସକଙ୍କ ପାଇଁ ଆଉ ଏକ ସିଜିନ୍ ଖେଳିବା ପାଇଁ ଚେଷ୍ଟା କରିବି । ପଞ୍ଚମ ଥର ପାଇଁ ଟ୍ରଫି ହାତେଇବା ପରେ ଏମିତି କିଛି କହିଛନ୍ତି କ୍ୟାପେଟେନ୍ କୁଲ ମହେନ୍ଦ୍ର ସିଂ ଧୋନୀ । IPL ୨୦୨୩ର ଟାଇଟଲ ଜିତିଛି CSK । ଫାଇନାଲ ମ୍ୟାଚ୍ ପୂର୍ବରୁ ଧୋନୀଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଥିଲା । ଗୁଜରାଟ ବିପକ୍ଷରେ ଫାଇନାଲ ମ୍ୟାଚ୍ ଧୋନୀଙ୍କ ଶେଷ ମ୍ୟାଚ୍ ବୋଲି ବେଶ୍ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମାହି । ଫ୍ୟାନ୍ସମାନଙ୍କ ପାଇଁ ଆଉ ଏକ ସିଜିନ୍ ଖେଳିବେ ବୋଲି କହିଛନ୍ତି ଧୋନୀ । ଗତକାଲି ମ୍ୟାଚ୍ ପରେ ଧୋନୀଙ୍କୁ ଉପସ୍ଥପାକ ହର୍ଷ ଭୋଗଲେ ଧୋନୀଙ୍କ ଆଇପିଏଲ ଭବିଷ୍ୟତକୁ ନେଇ ପ୍ରଶ୍ନ କରିଥିଲେ । ତେବେ ଏହି ପ୍ରଶ୍ନର ଉତ୍ତରରେ ଧୋନୀ କହିଥିଲେ କି ଯଦି ବର୍ତ୍ତମାନ ସ୍ଥିତିକୁ ଦେଖାଯାଏ ତେବେ ଅବସର ନେବା ପାଇଁ ଏହା ହେଉଛି ସଠିକ୍ ସମୟ । ମୁଁ ବର୍ତ୍ତମାନ ବିଦାୟ ନେଉଛି ବୋଲି କହିବା ମୋ ପାଇଁ ବହୁତ ସହଜ । କିନ୍ତୁ ଏହା ମୋ ଫ୍ୟାନ୍ସଙ୍କ ପାଇଁ ବେଶ୍ କଷ୍ଟଦାୟକ । ପ୍ରଶଂସକମାନେ ଯେଉଁ ଉତ୍ସାହ ଦେଖାଇଛନ୍ତି, ସେମାନଙ୍କ ପାଇଁ କିଛି କରିବା ଆବଶ୍ୟକ । ଦର୍ଶକଙ୍କୁ ଉପହାର ଦେବା ପାଇଁ ମୁଁ ଆଉ ଏକ ସିଜିନ ଖେଳିବି ବୋଲି କହିଛନ୍ତି ମାହି । ମୁଁ ଆଜି ଯାହା ବି ହୋଇଛି ତାହା କେବଳ ମୋ ପ୍ରଶଂସକଙ୍କ ଭଲ ପାଇବା ଯୋଗୁଁ । ତେଣୁ ସେମାନଙ୍କ ପାଇଁ ମୁଁ ଚେଷ୍ଟା କରିବି ଆଉ ଏକ ସିଜିନ୍ ଖେଳିବା ପାଇଁ । ମୁଁ ଆସନ୍ତା ସିଜିନରେ ଫେରିବି ଓ ଯେତେ ଦୂର ସମ୍ଭବ ଖେଳିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଧୋନୀ ।