The Topmost

“The eyes believe themselves, the ears believe other people.”

ଆଜି ଦିଲ୍ଲୀରେ ହକ୍ ମାଗିବ ଓଡ଼ିଶା

ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ଦିଲ୍ଲୀରେ ହକ୍ ମାଗିବ ଓଡ଼ିଶା । ନୀତି ଆୟୋଗ ବୈଠକରେ ଦାବି ଦୋହରାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶରେ ବାଟ ଓଗାଳୁଛି କେନ୍ଦ୍ରର ଅସହଯୋଗ । ପୂରଣ ହେଉନାହିଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କି ମିଳୁନାହିଁ ସ୍ବତନ୍ତ୍ର ଆର୍ଥିକ ସହାୟତା । ଓଡ଼ିଶାର ଟେଲିକମ, ବ୍ୟାଙ୍କିଙ୍ଗ ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ବିଶେଷ ଦୃଷ୍ଟି ଦେଉନାହିଁ କେନ୍ଦ୍ର । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି  । ବାତ୍ୟା, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି  । କେନ୍ଦ୍ରରେ ୮ ବର୍ଷରୁ ଅଧିକ ସମୟ ଧରି ବିଜେପି ସରକାର ଚାଲିଥିଲେ ମଧ୍ୟ ଓଡ଼ିଶାର ଏହି ହକକୁ ଅଣଦେଖା କରିଚାଲିଛି । ରାଜ୍ୟବାସୀଙ୍କ ଏସବୁ ଦାବିକୁ ନୀତି ଆୟୋଗ ବୈଠକରେ ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।