ଆଜି କର୍ଣ୍ଣାଟକରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ମନ୍ତ୍ରିମଣ୍ଡଳରେ ସାମିଲ ହେବେ ୨୪ ବିଧାୟକ । ସିଦ୍ଧରମୈୟା ସରକାରରେ ୨୪ ବିଧାୟକ ମନ୍ତ୍ରୀ ଭାବେ ନେବେ ଶପଥ । ଏନେଇ ଦଳ ତରଫରୁ ତାଲିକା ଜାରି କରାଯାଇଛି । ଏଚ.କେ ପାଟିଲ, ରହିମ ଖାନ୍, ବି. ସୁରେଶଙ୍କ ସହ ୨୪ ନେତା ସିଦ୍ଧରମୈୟା ସରକାରରେ ମନ୍ତ୍ରୀ ଭାବେ ଶପଥ ନେବେ । ୨୦ ମେ’ରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଡେପୁଟି ସିଏମ୍ ଶିବକୁମାରଙ୍କ ସହ ୮ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଶପଥ ନେଇଥିଲେ । ଏବେ ସୁଦ୍ଧା ବିଭାଗ ବଣ୍ଟନ ହୋଇନି । ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି । କାହାକୁ କେଉଁ ବିଭାଗ ମିଳିବ ସେନେଇ ହାଇକମାଣ୍ଡଙ୍କ ସହ ସମସ୍ତ ଆଲୋଚନା ଶେଷ ହୋଇଛି । ଆଜି ଶପଥ ଗ୍ରହଣ ପରେ ସଂଧ୍ୟା ସୁଦ୍ଧା ବିଭାଗ ବଣ୍ଟନ କରାଯିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍