Skip to content
ରାହୁଲ ଗାନ୍ଧୀଙ୍କ ପାସପୋର୍ଟ ବିବାଦ । ତିନି ବର୍ଷ ପାଇଁ NOC ପ୍ରଦାନ କଲେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ରାହୁଲ ଗାନ୍ଧୀ ନୂଆ ପାସପୋର୍ଟ ପାଇଁ ଆବେଦନ କରିଥିବା ବେଳେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କୋର୍ଟରେ ଏହାକୁ ବିରୋଧ କରିଥିଲେ। ନୂଆ ପାସପୋର୍ଟ ପାଇଁ ରାହୁଲଙ୍କୁ ଏନଓସି ନ ଦେବାକୁ ସେ ବିରୋଧ କରିଥିଲେ। ଯଦି ରାହୁଲ ଗାନ୍ଧୀଙ୍କୁ ବିଦେଶ ଯିବାକୁ ଦିଆଯାଏ ତାହେଲେ ଏହା ନ୍ୟାସନାଲ ହେରାଲଡ଼ ମାମଲାର ତଦନ୍ତ ଉପରେ ପ୍ରଭାବ ପକାଇପାରନ୍ତି ବୋଲି ସେ ଯୁକ୍ତି ରଖିଥିଲେ। ନ୍ୟାସନାଲ ହେରାଲଡ ମାମଲାରେ ୨୦୧୫ ମସିହାରେ ରାହୁଲଙ୍କୁ ବେଲ ମିଳିଥିବା ବେଳେ ତାଙ୍କ ଉପରେ ନୋ ଟ୍ରାଭେଲ କଟକଣା ଜାରି ହୋଇଥିଲା । ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ସେ ତାଙ୍କ ଡିପ୍ଲୋମାଟିକ ପାସପୋର୍ଟ ଜମା ଦେଇଥିଲେ। ରାହୁଲ ବିଦେଶ ଗଲେ କେନ୍ଦ୍ରର ପୋଲ୍ ଖୋଲୁଥିବାରୁ ତାଙ୍କ ପାସପୋର୍ଟ ପାଇଁ ଏନଓସି ଦେବାକୁ ବିଜେପି ନେତା ବିରୋଧ କରୁଛନ୍ତି କଂଗ୍ରେସ କହିଛି ।
1 min read
1 min read
1 min read
1 min read
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ