ମାଟ୍ରିକରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ । ଛାତ୍ରଛାତ୍ରୀମାନେ ଦେଇପାରିବେ ସପ୍ଲିମେଣ୍ଟାରୀ ପରୀକ୍ଷା । ଏଥିପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ଫିଲଅପ । ଜୁନ ୧ ତାରିଖ ଯାଏଁ ଫର୍ମ ଫିଲଅପ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୩ରୁ ୮ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଯେଉଁମାନେ ସପ୍ଲିମେଣ୍ଟାରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେମାନେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ସୁଯୋଗ ପାଇବେ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଅଦ୍ଭୁତପୂର୍ବ ସଫଳତା ମିଳିଛି । ମୋଟ୍ ପାସ୍ ହାର ୯୬.୧୯ ପ୍ରତିଶତ ରହିଛି । ସେପଟେ ଆସନ୍ତାବର୍ଷଠାରୁ ମାଟ୍ରିକରେ ଗୋଟିଏ ଫାଇନାଲ ପରୀକ୍ଷା ଅନୁଷ୍ଠିତ ହେବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା