ପାକିସ୍ତାନ ତେହରିକ-ଇ-ଇନସାଫ ଦଳ ଛାଡି଼ବା ଲାଗି ବହୁ ନେତାଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଦଳର ନେତା ତଥା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜଣେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ବାଧ୍ୟ କରାଯିବାରୁ ସେ ପିଟିଆଇରୁ ଇସ୍ତଫା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କିଛି ଦିନ ଧରି ହଜାର ହଜାର ଦଳୀୟ କର୍ମୀଙ୍କୁ ଅଟକ ରଖାଯୟାଇଛି ବୋଲି ସେ କହିଛନ୍ତି । ନିକଟରେ ଇମ୍ରାନଙ୍କ ପୂର୍ବତନ ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଇସ୍ତଫା ଦେଇଥିବାବେଳେ ସାଧାରଣ ସମ୍ପାଦକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଆସଦ ଉମର ପିଟିଆଇ ତ୍ୟାଗ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ଦେଶରେ ଏଭଳି ସଙ୍କଟ କେବେ ଉପୁଜି ନ ନଥିଲା ବୋଲି କହିଛନ୍ତି ଇମ୍ରାନ । ପାକିସ୍ତାନରେ ପିଟିଆଇକୁ ନିଷିଦ୍ଧ କରିବା ଲାଗି ଯୋଜନା ଚାଲିଥିବାବେଳେ ପିଟିଆଇର କର୍ମୀଙ୍କୁ ଗିରଫ କରିବା ଇମ୍ରାନଙ୍କ ଲାଗି ଚିନ୍ତାର କାରଣ ହୋଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ