ଆଜି ଅବସର ନେବେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈଶଓ୍ବାଲ । ଏହାପରେ ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ କର୍ଣ୍ଣାଟକର ପୂର୍ବତ ଡିଜିପି ପ୍ରବୀଣ ସୁଦ୍ । ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟଭାର ସମ୍ଭାଳିବେ । ୧୯୮୬ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ପ୍ରବୀଣ ସୁଦ । ୧୯୮୯ରେ ସେ ମହୀଶୂରରେ ଏଏସପି ଭାବେ ପ୍ରଥମେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୧ରେ ନିଜର ସେବା ପାଇଁ ସେ ରାଷ୍ଟ୍ରପତି ପୋଲିସ ପଦକ ପାଇଥିଲେ । ଗତ ତିନି ବର୍ଷ ହେଲା ସେ କର୍ଣ୍ଣାଟକରେ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଥିଲେ । ପ୍ରବୀଣ ସୁଦଙ୍କୁ ନେଇ ରହିଛି ଅନେକ ବିବାଦ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଏବଂ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି ପ୍ରବୀଣ ସୁଦଙ୍କ ନାଁରେ ମୋହର ମାରିଥିଲେ । ହେଲେ ଲୋକସଭା ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ପ୍ରବୀଣଙ୍କ ନାଁକୁ ବିରୋଧ କରିଥିଲେ । ସିବିଆଇ ନିର୍ଦ୍ଦେଶକ ହେବା ନେଇ ସମ୍ଭାବ୍ୟ ତାଲିକାରେ ତାଙ୍କ ନା ନଥିବା ବେଳେ ପରେ ଶେଷ ମିନିଟରେ ତାଙ୍କ ନାଁକୁ ଲିଷ୍ଟରେ ସାମିଲ କରାଯାଇଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ