ନୂଆ ସଂସଦ ଭବନ ଉଦଘାଟନୀକୁ ନେଇ ଥମୁନି ବିବାଦ । ରାଷ୍ଟ୍ରପତିଙ୍କ ଦ୍ବାରା ଭବନ ଉଦଘାଟନୀ କରାନଯିବାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଲଗାତାର ଟାର୍ଗେଟ କରୁଥିବା ବେଳେ ଏବେ ଉତ୍ସବକୁ କେତେକ ରାଜନୈତିକ ଦଳ ବୟକଟ କରିଛନ୍ତି । ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନୀ ହେବ । ହେଲେ ଉଦଘାଟନୀ ସମାରୋହରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ । କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ଶିବସେନା ଉଦ୍ଧବ ଗୋଷ୍ଠୀ ଓ ସିପିଆଇ ସମେତ ୧୯ ବିରୋଧୀ ଦଳ ଉଦଘାଟନୀ ସମାରୋହକୁ ବହିଷ୍କାର କରିଛନ୍ତି । ଆଜି ନେଇ ବିରୋଧୀଙ୍କ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରାଯିବ । ଦେଶର ଆର୍ଥିକ ସ୍ଥିତି ଖରାପ ରହିଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂଆ ସଂସଦ ଭବନ ନିର୍ମାଣ କରାଯିବାକୁ ବିରୋଧ କରିଛନ୍ତି ବିରୋଧୀ । ରାଷ୍ଟ୍ରପତି ଦେଶର ସାମ୍ବିଧାନିକ ପ୍ରମୁଖ । ହେଲେ ତାଙ୍କୁ ଉଦଘାଟନୀ ସମାରୋହକୁ ନିମନ୍ତ୍ରଣ କରା ନଯାଇ ସଂସଦ ଭବନର ଉଦଘାଟନ କରାଯିବାକୁ ବିରୋଧୀ ସମାଲୋଚନା କରିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ