ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଦେବଦେବ ମହାଦେବଙ୍କ ହାତ ଧରିବେ ମାଆ ପାର୍ବତୀ । ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ମାଆଙ୍କୁ କନ୍ୟା ରୂପେ ପାଇ ସୌଭାଗ୍ୟ ପାଇଛନ୍ତି ବୁଢାରାଜା ପଡ଼ାର ସୁରେଖା ଓ ତାଙ୍କ ପରିବାର । ମହାଦେବଙ୍କୁ ଜ୍ବାଇଁ ରୂପେ ବାଛିଥିବାରୁ ଅତ୍ୟନ୍ତ ଆନନ୍ଦିତ ପରିବାର । ଜ୍ବାଇଁଙ୍କ ପାଇଁ ସୁନା, ରୁପାଠାରୁ ଆରମ୍ଭ କରି ସମସ୍ତ ସାଜସାମାନ କିଣା ସରିଛି । ଗୋଟି ଗୋଟିକରି ସବୁ ଜିନିଷକୁ ସଜାଇ ରଖିଛନ୍ତି କନ୍ୟା ପିତାମାତା । ବୁଢାରାଜା, ନନ୍ଦପଡାର ବମବରାଡ଼ ବାଲୁଙ୍କେଶ୍ବର, ଝାଡୁଆପଡ଼ା ଏବଂ ମୁଦିପଡ଼lରେ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସେପଟେ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳଲାଗି କରାଯାଇ ଦିଗମ୍ବର ବେଶରେ ବାବାଙ୍କୁ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍