ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍ । ଶ୍ରୀନଗରରେ ଆୟୋଜିତ ହୋଇଥିବା ଏହି ଓ୍ବାର୍କସପରେ ସାମିଲ ହେବାକୁ ଜି-୨୦ ରାଷ୍ଟ୍ରସମୁହର ପ୍ରାୟ ୬୦ ଜଣ ଡେଲିଗେଟସ ପହଞ୍ଚିଛନ୍ତି । ବୈଠକ ଯୋଗୁ ପୁରା ଶ୍ରୀନଗରର ସୁରକ୍ଷା ଛାଉଣୀରେ ରହିଛି । ମେରାଇନ କମାଣ୍ଡୋଜ, ଏନଏସଜିର ଏକାଧିକ ଟିମ୍ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆଣ୍ଟିଡ୍ରୋନ ୟୁନିଟ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଟିମକୁ ମୁତୟନ କରାଯାଇଛି । ଜି-୨୦ ସମ୍ମିଳନୀରେ ଆତଙ୍କବାଦୀ ହମଲା ହେବା ଆଶଙ୍କା ରହିଥିବାରୁ ହଜାର ହଜାର ସଂଖ୍ୟାରେ ସେନା ଯବାନ ଆର୍ମି, ବିଏସଏଫ, ସିଆରପିଏଫ, ଏସଏସବି, ଜାମ୍ମୁ-କାଶ୍ମୀର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଲାଲ ଚୌକର ଦୋକାନୀମାନଙ୍କୁ ସ୍ପେଶାଲ ପାସ୍ ଦିଆଯାଇଥିବା ବେଳେ ଗାଡ଼ିମୋଟର ଚାଳନାକୁ ନେଇ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ସେର-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ