The Topmost

“The eyes believe themselves, the ears believe other people.”

ହରିଆଣାରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସହ ହରିଆଣାରେ ବିଧାନସଭା ନିର୍ବାଚନ । ନିର୍ବାଚନକୁ ଗୋଟିଏ ବର୍ଷ ବାକି ଥିବାବେଳେ ରାଜ୍ୟରେ ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ଏନେଇ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଦିପେନ୍ଦ୍ରସିଂ ହୁଡ୍ଡା ଜନତାଙ୍କ ପାଇଁ ପ୍ରତିଶ୍ରୁତି ବର୍ଷା କରିଛନ୍ତି । ଏକ ଜନସଭାକୁ ସମ୍ବୋଧିତ କରି ହୁଡ୍ଡା କହିଛନ୍ତି କି ଯଦି ୨୦୨୪ରେ ହରିଆଣାରେ କଂଗ୍ରେସ ସରକାର ଗଠନ କରେ ତେବେ ଲୋକଙ୍କୁ ପ୍ରତି ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ଖାଲି ପଡିଥିବା ସରକାରୀ ପଦରେ ୨ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ । କେବଳ ସେତିକି ନୁହେଁ, ବାର୍ଦ୍ଧକ୍ୟ ଭତ୍ତା ୬ ହଜାର ଟଙ୍କାକୁ ବୃଦ୍ଧି କରାଯିବାସହ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ । ସବୁଠାରୁ ବଡ କଥା ହୁଡ୍ଡା କହିଛନ୍ତି ଯଦି ହରିଆଣାରେ ୨୦୨୪ ରେ କଂଗ୍ରେସ ସରକାର ଗଠନ କରେ ତେବେ ପ୍ରତି ଗରିବ ପରିବାରକୁ ମାଗଣାରେ ୯୦୦ ବର୍ଗଫୁଟର ଫ୍ଲାଟ୍ ବଣ୍ଟନ କରାଯିବ ।