ଆଜି ଭୁବନେଶ୍ୱରରେ ଦୃଶ୍ୟମାନ ହେବନି ଛାଇ । ଦିନ ୧୧ଟା ୪୩ ମିନିଟରେ ହଜିଯିବ ନିଜ ଛାଇ । ବର୍ଷରେ ଦୁଇ ଥର ସୂର୍ଯ୍ୟ ଆମ ମୁଣ୍ଡ ଉପରେ ରହେ ଏବଂ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ଯାହାକୁ ଜ୍ୟୋର୍ତିବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଦିବସ ବୋଲି କହିଥାନ୍ତି । ଏହି ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ଥିବା ଅଞ୍ଚଳରେ ହିଁ ଘଟିଥାଏ । ଏଣୁ କନ୍ୟାକୁମାରୀ ଠାରୁ ଭାରତର ମଧ୍ୟଭାଗରେ ଥିବା କର୍କଟ କ୍ରାନ୍ତି ମଧ୍ୟରେ ଥିବା ସବୁ ଅଞ୍ଚଳରେ ଏପ୍ରିଲରୁ ଜୁନ୍ ଓ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ଦୁଇ ଥର ଶୂନ୍ୟ ଛାୟା ଘଟିଥାଏ । ଚଳିତ ବର୍ଷ ଏହି ଦିବସ ଆଜି ଭୁବନେଶ୍ବର ସହରରେ ଓ ଆସନ୍ତାକାଲି ମଧ୍ୟାହ୍ନ ୧୧ଟା ୪୩ ମିନିଟ ସମୟରେ କଟକ, ୨୮ ତାରିଖରେ ବୁର୍ଲା ଓ ୨୯ ତାରିଖରେ ବାରିପଦାରେ ଶୂନ୍ୟ ଛାୟା ଦୃଶ୍ୟମାନ ହେବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ