ଆମେରିକା ଗସ୍ତରେ ଯିବେ ରାହୁଲ ଗାନ୍ଧୀ । ମେ ୨୮ରେ ୧୦ ଦିନିଆ ଆମେରିକା ଗସ୍ତରେ ଯିବେ ରାହୁଲ । ଏଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ମେ ୩୦ରେ ସେ ସାଣ୍ଟା କ୍ଲାରାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ରାହୁଲ ଗାନ୍ଧୀ ଏହାର ପୋଷ୍ଟର ମଧ୍ୟ ଜାରିକରିଛନ୍ତି । ସେ ଲୋକଙ୍କୁ ଏଥିରେ ବିପୁଳ ସଂଖ୍ୟାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଇଣ୍ଡିଆନ ଓଭରସିଜ କଂଗ୍ରେସ ୟୁଏସଏ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମର ପୋଷ୍ଟର ଜାରିକରାଯାଇଛି । ଏଥିରେ ଲେଖାଯାଇଛି ଯେ ‘ମୋହବତ କି ଦୁକାନ୍’ ଇଭେଣ୍ଟ ଇନ ବେ ଏରିଆ । ଧର୍ମନିରପେକ୍ଷ ଏବଂ ଲୋକତାନ୍ତ୍ରିକ ଭାରତ ପାଇଁ ହାତ ମିଳାଇବାକୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୋଷ୍ଟରରେ ହେଲପଲାଇନ ନଂ ମଧ୍ୟ ଜାରିକରାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ