The Topmost

“The eyes believe themselves, the ears believe other people.”

୩ ଚିତା ମୃତ୍ୟୁ ପରେ ସୁପ୍ରିମକୋର୍ଟଙ୍କ ଉଦବେଗ

ଦୁଇ ମାସ ମଧ୍ୟରେ ତିନିଟି ଚିତାଙ୍କ ମୃତ୍ୟୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । ମଧ୍ୟପ୍ରଦେଶର କୁନୋ ପାର୍କରେ ରହିଥିବା ଅତିଥିଙ୍କୁ ରାଜସ୍ଥାନକୁ ସ୍ଥାନାନ୍ତର କରିବା ଲାଗି କୋର୍ଟ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ବିଶେଷଜ୍ଞ ଓ ତଥ୍ୟକୁ ଆଧାର କରି ଚିତାମାନଙ୍କୁ ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦେଇଛନ୍ତି । ଅଧିକ ସଂଖ୍ୟକ ଚିତାଙ୍କ ଲାଗି ମଧ୍ୟପ୍ରଦେଶର କୁନେ ନ୍ୟାସନାଲ ପାର୍କ ପ୍ରଯୁଜ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି । ଚିତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଟାକ୍ସଫୋର୍ସ ଅନୁଧ୍ୟାନ କରୁଛି ଏବଂ ସେମାନଙ୍କୁ ଅନ୍ୟତ୍ର ନେବା ଲାଗି ଯୋଜନା ଚାଲିଛି ବୋଲି କହିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟି । କିଡନୀ ଖରାପ କାରଣରୁ ଗତ ମାର୍ଚ୍ଚ ୨୭ରେ ନାମିବ୍ୟାରୁ ଆସିଥିବା ସାସା ନାମ୍ନୀ ଚିତାଙ୍କ ମୃତ୍ୟୁ ଘଟିଥିଲା । ହୃଦରୋଗ ଓ ଶ୍ବାସକ୍ରିୟାଜନିତ ସମସ୍ୟାରୁ ଗତ ଏପ୍ରିଲ ୨୩ରେ ସାଉଥ ଆଫ୍ରିକାରୁ ଆସିଥିବା ଉଦୟର ମୃତ୍ୟୁ ଘଟିଥିଲା । ହିଂସ୍ର ସଂଘର୍ଷରୁ ଗତ ମେ ୯ ତାରିଖରେ ସାଉଥ ଆଫ୍ରିକାର ମାଈ ଚିତା ଦକ୍ଷାର ମୃତ୍ୟୁ ଘଟିଥିଲା ।