ଛତିଶଗଡ଼ରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ । ଜୁନ ୧ ରୁ ୩ ପର୍ଯ୍ୟନ୍ତ ଛତିଶଗଡ଼ର ରାୟଗଡ଼ ରାମଲୀଳା ମଇଦାନରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଏଥି ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ରାମାୟଣ ସମ୍ବନ୍ଧିତ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରିବା ପାଇଁ ନିମନ୍ତ୍ରଣ କରାଯାଇଛି । ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ପତ୍ର ଲେଖି ନିମନ୍ତ୍ରଣ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ବାଘେଲ ପତ୍ରରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଯେ ପୁରୁଷୋତ୍ତମ ଶ୍ରୀରାମ ୧୪ ବର୍ଷର ବନବାସ ମଧ୍ୟରୁ ପାଖାପାଖି ୧୦ ବର୍ଷ ଦଣ୍ଡକାରଣ୍ୟ ( ଛତିଶଗଡ, ଓଡିଶା, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ) ରେ ବିତାଇଛନ୍ତି । ଉକ୍ତ ସମସ୍ତ ସ୍ଥାନରେ ଶ୍ରୀରାମଙ୍କ ଉପସ୍ଥିତି ସମ୍ପର୍କିତ ଅନେକ କାହାଣୀ ପ୍ରଚଳିତ ଅଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ