The Topmost

“The eyes believe themselves, the ears believe other people.”

କିରଣ ରିଜିଜୁଙ୍କ ହାତରୁ ଗଲା ଆଇନ୍ ମନ୍ତ୍ରାଳୟ

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ହୋଇଛି ଅଦଳବଦଳ । କିରଣ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରାଳୟ ନେଇ ତାଙ୍କୁ ଭୂ ବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଛି । ରିଜିଜୁଙ୍କ ବଦଳରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି ।ତାଙ୍କୁ ଏହା ଅତିରିକ୍ତ ଦାୟତ୍ୱ ଭାବେ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ତ୍ରୀମଣ୍ଡଳର ଅଦଳବଦଳ ପାଇଁ ମଞ୍ଜୁରୀ ଦେଇଥିଲେ । ମେଘଓାଲଙ୍କୁ ତାଙ୍କ ନିଜର ପୋର୍ଟଫୋଲିଓ ବ୍ୟତୀତ ଏହି ଦାୟିତ୍ୱ ଅତିରିକ୍ତ ଭାବେ ଦିଆଯାଇଛି ।

SHARE BY