The Topmost

“The eyes believe themselves, the ears believe other people.”

ଭାରତକୁ ଅଣାଯିବ କୁଖ୍ୟାତ ଆତଙ୍କବାଦୀ ତାହାଉର ରାଣା 

ଭାରତକୁ ଅଣାଯିବ କୁଖ୍ୟାତ ଆତଙ୍କବାଦୀ ତାହାଉର ରାଣା । ପାକିସ୍ତାନରେ ଜନ୍ମ, କାନାଡାରେ ବ୍ୟବସାୟ କରୁଥିବା ତାହାଉର ରାଣା ୨୦୦୮ରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କୁ ସହଯୋଗ କରିଥିଲା। ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ଆମେରିକାର କାଲିଫର୍ଣ୍ଣିଆ କୋର୍ଟ ଅନୁମତି ଦେଇଛନ୍ତି। ଭାରତର ତଦନ୍ତକାରୀ ସଂସ୍ଥା ଏନଆଇଏ ମାମଲାର ତଦନ୍ତ କରୁଛି। ମୁମ୍ବାଇ ଆକ୍ରମଣ ପଛରେ ଲସ୍କର ଇ ତୋଇବାର ହାତ ଥିବା ସ୍ପଷ୍ଟ ହୋଇଥିଲା  । ତାହାଉରକୁ ଆମେରିକାରେ ଗିରଫ କରାଯାଇଥିଲା  । ସେବେଠୁ ତାକୁ ଭାରତ ଆଣିବାକୁ ପ୍ରୟାସ କରାଯାଉଛି  । କିଛି କୁଟନୈତିକ ସମସ୍ୟା ଯୋଗୁଁ ତାକୁ ଭାରତ ଅଣାଯାଇପାରୁନଥିଲା  । ଏବେ କିନ୍ତୁ ତାହା ସମ୍ଭବ ହୋଇଛି । ତାହାଉରର ପିଲା ବେଳର ସାଙ୍ଗ ଡେଭିଡ କୋଲେମନ ହେଡଲି ଲସ୍କର ଇ ତୋଇବା ସହ ସାମିଲ ଥିଲା । ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସବୁ ପ୍ରକାର ସହଯୋଗ କରିଥିଲା ତାହାଉର । ସେବେଠୁ ଭାରତ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ହୋଇଯାଇଥିଲା ।