The Topmost

“The eyes believe themselves, the ears believe other people.”

ତୁଙ୍ଗନାଥ ମନ୍ଦିର ନେଇ ଏଏସଆଇର ଆଶ୍ଚର୍ଯ୍ୟଜନକ ତଥ୍ୟ

ତୁଙ୍ଗନାଥ ମନ୍ଦିର ନେଇ ଏଏସଆଇ ତଥ୍ୟ । ନଉଁଛି ଉତ୍ତରାଖଣ୍ଡର ତୁଙ୍ଗନାଥ ମନ୍ଦିର । ଏଏସଆଇ ପକ୍ଷରୁ କରାଯାଇଥିବା ସର୍ଭେରେ ମନ୍ଦିର ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ନଇଁଥିବା ଜଣାପଡ଼ିଛି । ଏପରିକି ମନ୍ଦିର ପରିସରରେ ଥିବା ମୂର୍ତ୍ତି ଓ ଛୋଟ ମନ୍ଦିର ୧୦ ଡିଗ୍ରୀ ଯାଏଁ ନଇଁଛି । କେନ୍ଦ୍ର ସରକାରଙ୍କୁ ଏନେଇ ଏଏସଆଇ ପକ୍ଷରୁ ତଥ୍ୟ ଦିଆଯାଇଛି । ଏଥିସହ ଏହାକୁ ସଂରକ୍ଷିତ ଐତିହ୍ୟ ଭାବେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି । ମନ୍ଦିର ନଇଁବା ପଛର କାରଣ ଜାଣିବା ସହ ଏହାର ମରାମତି କରିବାକୁ ଉଦ୍ୟମ କରିବ ଏଏସଆଇ । ଏଥିସହ ମନ୍ଦିର ତଳ ମାଟି ଧସିବା ଆଶଙ୍କା ନେଇ ମଧ୍ୟ ଅନୁଧ୍ୟାନ କରାଯିବ । ବିଶ୍ବର ସର୍ବାଧିକ ଉଚ୍ଚତାରେ ଥିବା ଶିବ ମନ୍ଦିର ହେଉଛି ତୁଙ୍ଗନାଥ ମନ୍ଦିର ।