ଭାରତ ଯୋଡ ଯାତ୍ରା ଦେଲା ବିଜୟ

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାର ଉଦ୍ଦେଶ୍ୟ ଥିଲା- ଆର୍‌ଏସ୍‌ଏସ୍‌-ବିଜେପିର ବିଭାଜନମୂଳକ ଓ ସାମ୍ପ୍ରଦାୟିକ ରାଜନୀତିକୁ ପଣ୍ଡ କରିବା ଏବଂ ନିର୍ବାଚନରେ ସଫଳତା ଲାଭ ପାଇଁ କଂଗ୍ରେସ କ୍ୟାଡରମାନଙ୍କୁ ସକ୍ରିୟ କରିବା। କଂଗ୍ରେସ ତା’ର ଏହି ଦୁଇଟି ଲକ୍ଷ୍ୟ ହାସଲରେ ସଫଳ ହୋଇଛି ବୋଲି କର୍ଣ୍ଣାଟକ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। କଂଗ୍ରେସ ଏବେ ବିଜୟ ଉତ୍ସବ ମନାଉଥିବା ବେଳେ ଏହି ବିଜୟ ପାଇଁ ସବୁଠି ଭାରତ ଯୋଡ଼ୋ ଯାତ୍ରାକୁ ଶେୟ ଦିଆଯାଉଛି। ଯେଉଁ ୭ଟି ଜିଲ୍ଲାରେ ଯାତ୍ରା ଗତି କରିଥିଲା ସେଗୁଡ଼ିକ ହେଉଛି – ବଲାରି, କାମରାଜନଗର, ଚିତ୍ରଦୁର୍ଗା, ମାଣ୍ଡ୍ୟା, ମହୀଶୂର, ରାୟଚୁର ଓ ତୁମକୁରୁ। ଏହିସବୁ ଜିଲ୍ଲାର ୫୧ଟି ଆସନରୁ କଂଗ୍ରେସ ୩୭ଟି ଆସନ ହାତେଇ ପାରିଛି, ଯେତେବେଳେ କି ୨୦୧୮ରେ କଂଗ୍ରେସ ଏସବୁ ଜିଲ୍ଲାରୁ ମାତ୍ର ୧୮ଟି ଆସନ ପାଇଥିଲା।

SHARE BY