The Topmost

“The eyes believe themselves, the ears believe other people.”

ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କ ନୂଆ ଇନିଂସ 

ଦୀପାଳିଙ୍କୁ ଶପଥପାଠ କରାଇଲେ ଉପବାଚସ୍ପତି । ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ । ତାଙ୍କ ସହ ମା’, ଭାଇ ଓ ବିଜେଡିର ବରିଷ୍ଠ ନେତାଗଣ ମଧ୍ୟ ଉପସ୍ଥିତ ରହିଛନ୍ତି । ଉପନିର୍ବାଚନରେ ରେକର୍ଡ ଭୋଟରେ ଦୀପାଳି ଜିତିଥିଲେ । ଦୀପାଳି ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥଇଲେ । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ସେ ପୂରଣ କରିବେ । ଦୀପାଳି  ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ  ବିଜୟୀ ହୋଇଛନ୍ତି । ତେବେ ବିଜେଡିର ଏହି ବୃହତ ବିଜୟ ନୂଆ ରେକର୍ଡ ସୃଷ୍ଟି କରିଛି ।