The Topmost

“The eyes believe themselves, the ears believe other people.”

ଅପରାହ୍ନରେ CISCE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଆଜି ଅପରାହ୍ନରେ ପ୍ରକାଶ ପାଇବ CISCE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ଇଣ୍ଡିଆନ ସାର୍ଟିଫିକେଟ୍ ଅଫ ସ୍କୁଲ ଏଗଜାମିନେଶନ ଏବଂ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ଆଜି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି CISCE ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀମାନେ ସିଆଇଏସସିଇର ଅଫିସିଆଲ ୱେବସାଇଟ୍ cisce.org କୁ ଭିଜିଟ କରି ପରୀକ୍ଷାଫଳ ଚେକ୍ କରିପାରିବେ । ଏହା ବ୍ୟତୀତ ଏସଏମଏସ୍ ଜରିଆରେ ମଧ୍ୟ ଆଇସିଏସଇ ଏବଂ ଆଇଏସସି ପରୀକ୍ଷାର ରେଜଲ୍ଟ ଚେକ୍ କରିପାରିବେ । ସ୍କୁଲ ପ୍ରିନ୍ସପାଲଙ୍କ ଲଗଇନ୍ ଆଇଡି ଏବଂ ପାସୱାର୍ଡର ଉପଯୋଗ କରି ପରିଷଦର କ୍ୟାରିଅର ପୋର୍ଟାଲରେ ଲଗଇନ୍ କରି ମଧ୍ୟ ରେଜଲ୍ଟ ଚେକ୍ କରିହେବ ।