ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲା । ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଛନ୍ତି । ଦିଲ୍ଲୀ ପୋଲିସ ତରଫରୁ ବ୍ରିଜଭୂଷଣଙ୍କ ବୟାନ ରେକର୍ଡ କରାଯାଇଛି । ଏହାସହ ପୋଲିସ ବ୍ରିଜଭୂଷଣଙ୍କୁ କିଛି ଡକ୍ୟୁମେଣ୍ଟ ମଧ୍ୟ ମାଗିଛନ୍ତି । ପୋଲିସ କହିଛି କି, ଯଦି ଆବଶ୍ୟକ ପଡେ ପୁଣିଥରେ ବ୍ରିଜଭୂଷଣଙ୍କର ବୟାନ ରେକର୍ଡ କରାଯିବ । ସୂଚନା ମୁତବାକ ବ୍ରିଜଭୂଷଣ ତାଙ୍କ ବୟାନରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବ୍ରିଜଭୂଷଣ ଦିଲ୍ଲୀ ପୋଲିସର ଏସଆଇଟି ନିକଟରେ ନିଜର ବୟାନ ରେକର୍ଡ କରାଇଛନ୍ତି । ଦିଲ୍ଲୀ ପୋଲିସ ତରଫରୁ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ଯାଞ୍ଚ କରିବାକୁ ଡିସିପିଙ୍କ ତତ୍ୱାବଧାନରେ ୧୦ ଜଣିଆ ବିଶେଷ ଯାଞ୍ଚ ଟିମ୍ ଗଠନ କରିଛନ୍ତି । ସୂତ୍ର ସୂଚନା ମୁତାବକ ବ୍ରିଜଭୂଷଣଙ୍କର ୨ଥର ବୟାନ ରେକର୍ଡ କରାଯାଇଛି । ଏହାସହ ବ୍ରିଜଭୂଷଣ ନିଜ ତରଫରୁ କିଛି ଭିଡିଓ ଓ ମୋବାଇଲ ଡାଟା ପୋଲିସ ନିକଟରେ ପୈଠ କରିଥିବା କଥା କୁହାଯାଇଛି । ତେବେ କେବଳ ବ୍ରିଜଭୂଷଣ ନୁହଁନ୍ତି ତାଙ୍କ ବ୍ୟତୀତ ଏହି ମାମଲାରେ ଭାରତୀୟ କୁସ୍ତିସଂଘର ଆସିଷ୍ଟାଣ୍ଟ ସେକ୍ରେଟାରୀ ବିନୋଦ ତୋମରଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ ବିନୋଦ ତୋମରଙ୍କର ମଧ୍ୟ ନାମ ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍