The Topmost

“The eyes believe themselves, the ears believe other people.”

ଇଟାଲୀର ମିଲାନରେ ଭୟଙ୍କର ବିସ୍ଫୋରଣ

ଇଟାଲୀର ମିଲାନ ସହରରେ ବଡ଼ ଧରଣର ବିସ୍ଫୋରଣର । ଏହି ଘଟଣାରେ ୪ ଜଣ ଆହତ ହୋଇଯାଇଛନ୍ତି । ସ୍ଥାନୀୟ ଗଣମାଧମର ରିପୋର୍ଟ  ଅନୁଯାୟୀ, ମିଲାନ୍ ସହରର କେନ୍ଦ୍ରସ୍ଥଳରେ  ଥିବା ପୋର୍ଟା ରୋମାନା ଅଂଚଳରେ ଏହି ବିସ୍ଫୋରଣ ଘଟିବା ପରେ ଅନେକ ଗାଡ଼ିରେ ନିଆଁ ଲାଗିଯାଇଥିଲା । ପାର୍କିଂ ସ୍ଥଳରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆଖପାଖରେ ଥିବା ଅନେକ ଗାଡ଼ିରେ ନିଆଁ ଲାଗିଯିବା ସହ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ଘଟିଥିବା ନିକଟରେ ଏକ ସ୍କୁଲ ମଧ୍ୟ ରହିଛି । କିନ୍ତୁ ଏହି ବିସ୍ଫୋରଣରେ ସ୍କୁଲର କୌଣସି କ୍ଷତି ହୋଇନାହିଁ । ବିସ୍ଫୋରଣ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ବିସ୍ଫୋରଣ ପରେ ଆଖପାଖ କୋଠାଗୁଡ଼ିକୁ ଖାଲି କରାଯାଉଛି । ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ ବିସ୍ଫୋରଣ ହୋଇଥିବା ଭ୍ୟାନରେ ଅକ୍ସିଜେନ ସିଲିଣ୍ଡର ରଖାଯାଇଥିଲା । ସେଥିରେ ନିଆଁ ଲାଗିବା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ।