The Topmost

“The eyes believe themselves, the ears believe other people.”

କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ

ଗଳି କନ୍ଦିରେ ଚେକିଂ କରି ନିଶାଡିଙ୍କୁ ସାବାଡ଼ କରୁଛି ପୋଲିସ । ଭୁବନେଶ୍ବରରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ।  ଯେଉଁ ଜାଗାରେ ଖଟି ବା ରାସ୍ତା କଡରେ ମଦ୍ୟପାନ କରିଵାର ଦେଖା ଯାଉଛି ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ କଟାଯାଉଛି । ଗତକାଲି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ବାଇକ ପେଟ୍ରୋଲିଂ କରୁଛି ପୋଲିସ। ବିଭିନ୍ନ ଖଟି ଓ ନିଛାଟିଆ ସ୍ଥାନରେ ଖଟି କରୁଥିବା ନିଶାଡୀଙ୍କଠୁ ଫାଇନ ଆଦାୟ କରାଯାଉଛି। ଏହି ଭଳି ପ୍ରୟାସ ଦ୍ୱାରା ଚୋରି, ଛୀନତାଇ ଓ ଲୁଟ୍ ଆଦି କମିବ ବୋଲି କହିଛି କମିଶନରେଟ ପୋଲିସ ।