ହିଂସାକୁ ଦୃଷ୍ଟିରେ ରଖି ୧୪୪ଧାରା ଲାଗୁ

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ପରେ ପାକିସ୍ତାନରେ ଉପୁଜିଛି ଗୃହଯୁଦ୍ଧ ସ୍ଥିତି । ପାକିସ୍ତାନର ଅନେକ ବଡ଼ ବଡ଼ ସହରରେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ। ସେନା ଏବଂ ସରକାର ବିରୋଦ୍ଧରେ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି। ଗଭର୍ଣ୍ଣର ହାଉସ ଏବଂ ସେନା ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି। ସମଗ୍ର ଦେଶରୁ ହିଂସା ଘଟଣା ସାମ୍ନାକୁ ଆସିଛି। ଅନେକ ସ୍ଥାନରେ ପୋଡାଜଳା, ଭଙ୍ଗାରୁଜା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ହିଂସାକାଣ୍ଡରେ ଇମ୍ରାନଙ୍କ ୬ ଜଣ ସମର୍ଥକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାମଧ୍ୟରେ ଇସଲାମବାଦ ହାଇକୋର୍ଟରୁ ମଧ୍ୟ ଇମ୍ରାନଙ୍କୁ ଲାଗିଛି ଝଟକା। ଗିରଫକୁ ବୈଧ କହିଲେ ହାଇକୋର୍ଟ। ଦେଶସାରା ବିରୋଧକୁ ବ୍ୟାପକ କରିବା ନେଇ ଚେତାବନୀ ଦେଇଛି ପିଟିଆଇ। ହିଂସାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ୧୪୪ଧାରା ଲାଗୁ କରାଯାଇଛି । ମୋବାଇଲ ଇଣ୍ଟରନେଟ ସମେତ ଟ୍ବିଟର ସେବା ଓ ସମସ୍ତ ସୋସିଆଲ ମିଡିଆ ସାଇଟ୍ ମଧ୍ୟ ବନ୍ଦ ରହିଛି।

SHARE BY