The Topmost

“The eyes believe themselves, the ears believe other people.”

ଆଦିପୁରୁଷର ଟ୍ରେଲର ରିଲିଜ..ଏହିଦିନ ଫିଲ୍ମ ରିଲିଜ ହେବ

ଯେଉଁ ଫିଲ୍ମକୁ ନେଇ ଦୀର୍ଘଦିନ ହେବ ଜୋରଦାର ଚର୍ଚ୍ଚା ହେଉଥିଲା ତାହାର ଟ୍ରେଲର ଏବେ ସାମ୍ନାକୁ ଆସିଛି । ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷର ଟ୍ରେଲର ରିଲିଜ ହୋଇଛି । ରାମାୟଣ ଉପରେ ଆଧାରିତ ଏହି ବିଗ୍ ବଜେଟର ଫିଲ୍ମ ଆସନ୍ତା ୧୬ ଜୁନରେ ରିଲିଜ ହେବ । ଏହି ଫିଲ୍ମରେ ରାମ ଭୂମିକାରେ ପ୍ରଭାସ ଅଭିନୟ କରୁଥିବା ବେଳେ କୃତି ସେନନ ସୀତା ଭୂମିକାରେ ଅଭିନୟ କରୁଛନ୍ତି । ସେଭଳି ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ବେଳେ ସୈଫ୍ ଅଲ୍ଲୀ ଖାନଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ । ତେବେ ଟ୍ରେଲର ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି । ଏପରିକି ଫିଲ୍ମର ଟ୍ରେଲରକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି । ଏପରିକି ବକ୍ସ ଅଫିସରେ ଏହି ହାଇ ବଜେଟ ଫିଲ୍ମ ରେକର୍ଡ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି