The Topmost

“The eyes believe themselves, the ears believe other people.”

ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ଗୋଆରେ ଅନୁଷ୍ଠିତ ହୋଇଥିବା ଏସ୍‌ସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଯୋଗ ଦେଇଥିଲେ । ତେବେ ଏହି ଅବସରରେ ବିଲାୱଲ ଏକ ବିବାଦୀୟ ବୟାନ ଦେଇଥିଲେ। ଆଉ ଏହାକୁ ନେଇ ଅସନ୍ତୋଷ ତେଜିବା ପରେ ଏବେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଏନେଇ ସଫେଇ ଦେଇଛି। ବାସ୍ତବରେ କଶ୍ମୀରରେ ଜି -୨୦ ବୈଠକ ଆୟୋଜନ କରିବା ପ୍ରଶ୍ନରେ ବିଲାୱଲ କହିଥିଲେ ଯେ ‘ସମୟ ଆସିଲେ ଉତ୍ତର ଦିଆଯିବ । ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଠକକୁ ନେଇ ବିଲାୱଲ ଭୁଟ୍ଟୋ କହିଥିଲେ, ‘ଶ୍ରୀନଗରରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବା ଭାରତର ଅହଂକାରକୁ ଦର୍ଶାଉଛି। ସମୟ ଆସିଲେ ଏମିତି ଜବାବ ଦେବୁ ଯେ ଭାରତ ଏହାକୁ ମନେ ରଖିବ’ । ଏହି ଭିଡିଓ କ୍ଲିପ୍ ଭାଇରାଲ ହେବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, “ନିକଟରେ ଭାରତ ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜମ୍ମୁକଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଦେଇଥିଲେ । ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହି ବୟାନ ଆନ୍ତର୍ଜାତୀୟ ଆଇନ ଉପରେ ଆଧାର କରି କହିଥିଲେ ।