The Topmost

“The eyes believe themselves, the ears believe other people.”

ସଫଳ ହେଉଛି ‘ଅପରେସନ କାବେରୀ’

ହିଂସା ପ୍ରଭାବିତ ସୁଦାନରୁ ପୁଣି ଉଦ୍ଧାର ହେଲେ ୧୯୨ ଜଣ ଭାରତୀୟ । ଅପରେସନ କାବେରି ଦ୍ୱାରା ସ୍ୱଦେଶ ଅଣାଯାଇଛି ଭାରତୀୟଙ୍କୁ । ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର-୩ ବିମାନରେ ସମସ୍ତଙ୍କୁ ନନ୍‌ ଷ୍ଟପ ୨୪ ଘଣ୍ଟାର ଅପରେସନ ଦ୍ୱାରା ଭାରତରେ ପହଞ୍ଚା ଯାଇଛି । ଅପରେସନ ବେଳେ କେବଳ ସାଉଦି ଆରବର ଜେଡ୍ଡାହରେ ଇନ୍ଧନ ପକାଇବା ପାଇଁ କିଛି ସମୟ ଅଟକି ଥିଲା । ଏହାବାଦ ବିମାନଟି ନନଷ୍ଟପ ଉଡ଼ାଣ କରି ଭାରତରେ ପହଞ୍ଚିଛି। ସୁଦାନରେ ହିଂସା ସୃଷ୍ଟି ହେବା ପରେ ସେଠାରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଥିଲେ। ସେମାନଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରି ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଅପରେସନ ଜରିଆରେ ମୋଟ ୩,୮୬୨ ଜଣଙ୍କୁ ଭାରତ ଅଣାଯାଇଛି।