The Topmost

“The eyes believe themselves, the ears believe other people.”

ମଣିପୁର ହିଂସା ପଛରେ ମାଦକ ଦ୍ରବ୍ୟ ବ୍ୟବସାୟ

ମଣିପୁରରେ ଚାଲିଥିବା ହିଂସା ପଛରେ ମାଦକ ଦ୍ରବ୍ୟ ବ୍ୟବସାୟର ପ୍ରମୁଖ ଭୂମିକା ରହିଛି । ରାଜ୍ୟରେ ବେଆଇନ ଅଫିମ ଚାଷ ବଢୁଥିବା ବେଳେ କେବଳ ୨୦୨୨-୨୩ରେ ୪ ହଜାରରୁ ଅଧିକ ଏକର ଅଫିମ ଚାଷ ନଷ୍ଟ କରାଯାଇଛି । ତେବେ ଏହି ବେଆଇନ ଅଫିମ ଚାଷ ହିଁ କୁକୀ ଓ ମେଇତିଙ୍କ ମଧ୍ୟରେ ସଂଘର୍ଷର ମୂଳ କାରଣ ବୋଲି କୁହାଯାଇଛି । ଯଦିଓ କୁକୀମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି କୁହାଯାଉଛି ତଥାପି ଅଫିମ ଚାଷ ହିଁ ଏହି ବିବାଦର ମୂଳ କାରଣ ରହିଛି । ଚଳିତ ହିଂସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କୁକୀ ବହୁଳ ଚୁରାଚାନ୍ଦପୁର । ସେହି ଅଞ୍ଚଳରେ ମେଇତିଙ୍କୁ ଟାର୍ଗେଟ କରାଯାଉଛି । ଅଫିମ ଚାଷ ଲାଗି ବହୁ ଜଙ୍ଗଲ ନଷ୍ଟ କରାଯାଉଛି । ସେଠାରେ ମେଇତିମାନଙ୍କ ବାସସ୍ଥଳୀକୁ ଜାଳି ଦିଆଯାଉଛି । କୁକୀମାନେ ଏହି ହିଂସାକାଣ୍ଡ ଘଟାଇବା ସହ ଅଫିମ ଚାଷକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି ।