The Topmost

“The eyes believe themselves, the ears believe other people.”

‘ସୀମାରେ ଶାନ୍ତି ନହେଲେ ସମ୍ପର୍କ ସ୍ବାଭାବିକ ହେବନି’

ଭାରତର ପ୍ରତିରକ୍ଷା ମନ୍ତ୍ରୀ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ । ବୈଠକ ପରେ ରାଜନାଥ ସିଂହ କହିଛନ୍ତି ଯେ ସୀମାରେ ଶାନ୍ତି ନହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବ ନାହିଁ । ସୂଚନା ଅନୁଯାୟୀ, ରାଜନାଥ ସିଂହ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନାବେଳେ ସୀମା ବିବାଦ ଉଠାଇଥିଲେ । ରାଜନାଥ କହିଥିଲେ ଯେ ପୂର୍ବରୁ ଜାରି ଶାନ୍ତି ଓ ସ୍ଥିରତା ଚୁକ୍ତିର ଉଲ୍ଲଂଘନ ଦ୍ୱିପାକ୍ଷିକ ସମ୍ପର୍କର ଭିତ୍ତିଭୂମିକୁ ଦୋହଲାଇଦେଇଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଥିବା ସମସ୍ତ ବିବାଦର ସମାଧାନ ବର୍ତ୍ତମାନର ଦ୍ୱିପାକ୍ଷିକ ଚୁକ୍ତି ଏବଂ ପ୍ରତିଶ୍ରୁତି ଅନୁଯାୟୀ ହେବା ଆବଶ୍ୟକ । ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ)ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପାଇଁ ସାଙ୍ଗଫୁ ଦିଲ୍ଲୀରେ ପହଞ୍ଚିବା ପରେ ଏହି ଆଲୋଚନା ହୋଇଥିଲା । ଭାରତ ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଆୟୋଜନ କରୁଛି ।

SHARE BY