ବଢିଲା ମଣିପୁର ଟେନସନ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ସେନା କରିଛି ଫ୍ଲାଗମାର୍ଚ୍ଚ । ରାଜ୍ୟର ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତି ଉତ୍ତେଜନାପ୍ରବଣ ରହିଛି । ସାରା ରାଜ୍ୟରେ ଇଣ୍ଟରନେଟ ସେବାକୁ ରଦ୍ଦ କରାଯାଇଛି । ହିଂସା ରୋକିବା ଲାଗି ଆର୍ମି ଓ ଆସାମ ରାଇଫଲ ଯବାନଙ୍କୁ ମୁତୟନ କରାଯାଇଛି । ତେଣେ ଇମ୍ଫାଲରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ସେମାନେ ପହଞ୍ଚିଛନ୍ତି । ତେଣେ ଦିଲ୍ଲୀରେ ମଣିପୁରୀ ଆଦିବାସୀ କରିଛନ୍ତି ବିକ୍ଷୋଭ । ସେନା ଶିବିରରେ ପ୍ରାୟ ୪ ହଜାର ବିପନ୍ନଙ୍କୁ ଆଶ୍ରୟ ଦିଆଯାଇଛି । ଅଣ ଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ତାତିଛି ମଣିପୁରର ନିଖିଳ ଆଦିବାସୀ ଛାତ୍ର ସଂଘ ବା ଏଟିଏସୟୁଏମ । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ମାତ୍ର ସେମାନେ ରାଜ୍ୟର ମୋଟ ୧୦ ପ୍ରତିଶତ ଅଞ୍ଚଳରେ ସୀମାବଦ୍ଧ ରହିଛନ୍ତି । ବେଆଇନ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ବି ବିରୋଧ କରୁଛନ୍ତି ମେଇତି ସମ୍ପ୍ରଦାୟ ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା