ସମ୍ଭାବ୍ୟ ବାତ୍ୟାକୁ ନେଇ ନେଇ ଆସିଲା ବଡ ଖବର । ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ବାତ୍ୟା । ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା । ୬ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୭ରେ ସୃଷ୍ଟି ବେବ ଲଘୁଚାପ । ୮ତାରିଖରେ ଅବପାତର ରୂପ ନେବ । କ୍ରମେ ଏହା ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି । ୯ତାରିଖରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । କ୍ରମଶଃ ଏହା ଅତି ଭୀଷଣ ବାତ୍ୟା ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ଅନ୍ୟପଟେ ଏହି ବାତ୍ୟାର ଗତି କେମିତି ରହିବ ସେନେଇ ବିଭିନ୍ନ ମଡେଲଙ୍କ ପକ୍ଷରୁ ଆକଳନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ମିଆଁମାର ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ