ଜନ୍ତରମନ୍ତରରେ ମିଡ୍ ନାଇଟ୍ ହାଇଡ୍ରାମା । ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ଚାଲିଥିବା ବେଳେ ବିଳମ୍ବିତ ରାତିରେ ହଙ୍ଗାମା ଦେଖିବାକୁ ମିଳିଛି । ରେସଲର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପୋଲିସ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ଭିନେଶ ଫୋଗଟ୍ । ଘଟଣାରେ କିଛି କୁସ୍ତିଯୋଦ୍ଧା ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ, ଦିଲ୍ଲୀ ସରକାରର ମନ୍ତ୍ରୀ ସୌରଭ ଭରଦ୍ୱାଜ, ବିଧାୟକ କୁଲଦୀପଙ୍କ ସମେତ ଅନେକ ନେତା ଜନ୍ତରମନ୍ତରରେ ପହଂଚିଥିଲେ । ପୋଲିସ ଏମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏକ ଫୋଲଡିଂ ବେଡ୍ ନେଇ କୁସ୍ତିଯୋଦ୍ଧାଙ୍କ ଧାରଣାସ୍ଥଳରେ ପହଂଚିଥିଲେ ଆପ୍ ନେତା ସୋମନାଥ ଭାରତୀ । ଏଥିପାଇଁ ଅନୁମତି ନେଇନଥିବାରୁ ତାଙ୍କୁ ଅଟକାଇଥିଲା ପୋଲିସ । ଏହାକୁ ନେଇ ସୋମନାଥ ଭାରତୀଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ କଥା ଧସ୍ତାଧସ୍ତି ପର୍ଯ୍ୟନ୍ତ ଯାଇଥିଲା । ଘଟଣା ପରେ ବଜରଙ୍ଗ ପୁନିଆ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି । ଧାରଣାରତ ରେସଲରଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ଦାବି କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ