The Topmost

“The eyes believe themselves, the ears believe other people.”

ସିସୋଦିଆଙ୍କ ପରେ ରାଘବ ଚଡ୍ଡାଙ୍କ ନାଁରେ ଚାର୍ଜସିଟ୍

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା । ମନିଷ ସିସୋଦିଆଙ୍କ ପରେ ରାଘବ ଚଡ୍ଡାଙ୍କ ନାଁରେ ଚାର୍ଜସିଟ । ମଦ ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରାଯାଇ ଥିବାବେଳେ ଇଡି ଦାଖଲ କରିଥିବା ଦ୍ବିତୀୟ ଚାର୍ଜସିଟରେ ଆପର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାଁ ରହିଛି । ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦଙ୍କ ବୟାନ ଆଧାରରେ ରାଘବ ଚଡ୍ଡାଙ୍କ ନାଁ ଚାର୍ଜସିଟରେ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବାସଭବନରେ ବସିଥିବା ବୈଠକରେ ରାଘବ ଚଡ୍ଡା ଉପସ୍ଥିତ ଥିଲେ । ବୈଠକରେ ପଞ୍ଜାବ ଅବକାରୀ ବିଭାଗର କମିସନର ବରୁଣ ରୁଜାମ, ବିଜୟ ନାୟରଙ୍କ ସମେତ ଅନ୍ୟ ଅଫିସର ଉପସ୍ଥିତ ଥିଲେ ବୋଲି ଇଡିକୁ ଅରବିନ୍ଦ ଦେଇଥିବା ବୟାନରେ କହିଛନ୍ତି । ଗତକାଲି ପ୍ରଥମ ଥର ଲାଗି ମଦ ଦୁର୍ନୀତିରେ ସିସୋଦିଆଙ୍କ ସମ୍ପୃକ୍ତି ରହିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଦର୍ଶାଇଥିଲା ସିବିଆଇ ।