କର୍ଣ୍ଣାଟକରେ ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା । ଏଥିରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା ହୋଇଛି । ‘ୟୁନିଫର୍ମ ସିଭିଲ୍ କୋଡ୍’, ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ ନିଯୁକ୍ତି, ମାଗଣା ନନ୍ଦିନୀ ଦୁଗ୍ଧ ଓ ରନ୍ଧନ ଗ୍ୟାସ୍ ଯୋଗାଣ ଆଦି ପ୍ରତିଶ୍ରୁତି ଦେଇ ମେ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ‘ବିଜେପି’ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି । ବିଜେପିର ଏହି ନିର୍ବାଚନୀ ଇସ୍ତାହାରରେ ରହିଛି- କର୍ଣ୍ଣାଟକରେ ସମାନ ନାଗରିକ ସଂହିତା, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଙ୍କୁ ପ୍ରତିଦିନ ଅଧା ଲିଟର ନନ୍ଦିନୀ ଦୁଗ୍ଧ ମାଗଣାରେ ମିଳିବ, ପ୍ରତି ପରିବାରକୁ ମାସିକ ୫ କେଜି ଚାଉଳ, ୫ କେଜି ବାଜରା ମିଳିବ, ଉଗାଦୀ, ଗଣେଶ ପୂଜାରେ ବିପିଏଲ ପରିବାରକୁ ୩ଟି ଗ୍ୟାସ ସିଲିଣ୍ଡର ମିଳିବ ଏବଂ ଗରୀବଙ୍କ ପାଇଁ ଅଟଳ ଆହାର କେନ୍ଦ୍ରର ବ୍ୟବସ୍ଥା କରାଯିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍