The Topmost

“The eyes believe themselves, the ears believe other people.”

'The Kerala Story' is touted for release on May 5. Photos: Imdb

‘କେରଳ ଷ୍ଟୋରୀ’: ମୁକ୍ତିଲାଭ କରିବ ନା ବ୍ୟାନ ହେବ !

ଫିଲ୍ମ ‘କେରଳ ଷ୍ଟୋରୀ’କୁ ନେଇ ଏବେ ସବୁଠି ଚର୍ଚ୍ଚା । ବିବାଦ ଭିତରେ ଫସିଥିବା ଏହି ଫିଲ୍ମକୁ ଏବେ ବ୍ୟାନ୍ କରିବାକୁ ସବୁ ମହଲରେ ଦାବି ହେଉଛି । କେରଳ ସରକାର ମଧ୍ୟ ଏହି ଫିଲ୍ମକୁ ବ୍ୟାନ୍ କରିବା ସପକ୍ଷରେ ବାହାରିଛନ୍ତି । ଖାଲି ସେତିକି ନୁହେଁ, କେରଳର ଅନ୍ୟ ରାଜନୈତିକ ଦଳ ମାନେ ମଧ୍ୟ ଏହି ଫିଲ୍ମକୁ ତୁରନ୍ତ ବ୍ୟାନ୍ କରିବାକୁ ଆଗ୍ରହ ଦେଖାଇଛନ୍ତି । ଯାହା ଏହି ଫିଲ୍ମକୁ ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । ତେବେ ଏଫଇୟୁଓକେର କହିବା କଥା ‘କେରଳ ଷ୍ଟୋରୀ’ ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇବାର କୌଣସି ଫାଇଦା ନାହିଁ । ଏହି ଫିଲ୍ମ ଓଟିଟିରେ ମଧ୍ୟ ରିଲିଜ୍ ହେଲେ ଲୋକ ଏହାକୁ ଦେଖିବେ । ତେବେ ଫିଲ୍ମ ଉପରେ ବ୍ୟାନ୍ ଲଗାଇବା ବିଲକୁଲ୍ ଭଲ କଥା ନୁହେଁ ବୋଲି କୁହାଯାଇଛି । ତେବେ ମେ ୪ ତାରିଖରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘କେରଳ ଷ୍ଟୋରୀ’ । ଏହି ଫିଲ୍ମରେ କେରଳର ହଜାରେ ଝିଅଙ୍କ କାହାଣୀ ଦେଖିବାକୁ ମିଳୁଛି । ଯେଉଁମାନେ କି ହଠାତ୍ ଗାଏବ ହେଇଯାଉଛନ୍ତି । ଏହାପରେ ଏହି ଝିଅମାନଙ୍କର ବ୍ରେନ୍ ୱାଶ୍ କରାଯିବା ସହିତ ସେମାନଙ୍କର ଧର୍ମ ପରିବର୍ତ୍ତନ କରିଦିଆଯାଉଛି । ଖାଲି ସେତିକି ନୁହେଁ, ଏହି ଝିଅମାନଙ୍କୁ ଆଇଏସ୍ ଭଳି ଆତଙ୍କୀ ସଙ୍ଗଠନ ସହ ମଧ୍ୟ ସାମିଲ କରାଯାଉଛି । ଏହାପରେ ଏହି ଝିଅମାନେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଆତଙ୍କୀ କାର୍ଯ୍ୟକଳାପ କରିବା ସହିତ ମୋର୍ଚ୍ଚା ଖୋଲୁଛନ୍ତି । ସେପଟେ କେରଳ ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ଏହି ଫିଲ୍ମରେ ସଂଘ ପରିବାରର ମିଛ ଏଜେଣ୍ଡା ଦେଖାଯାଇଛି । ଫିଲ୍ମ ଜରିଆରେ ସଂଘର ପ୍ରୋପାଗଣ୍ଡା ଖେଳାଯାଉଛି । ଯାହାକୁ ନେଇ ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି ହେଉଛି ।