The Topmost

“The eyes believe themselves, the ears believe other people.”

କର୍ଣ୍ଣାଟକ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

କର୍ଣ୍ଣାଟକ ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ରାଜ୍ୟରେ ଚାଲିଥିବା ୪୦ ପର୍ସେଣ୍ଟ ସରକାରକୁ ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଗାଦିଚ୍ୟୁତ କରିବେ ବୋଲି କହିଛନ୍ତି ରାହୁଲ । ବିଜେପିକୁ ୪୦ ସଂଖ୍ୟା ସୁହାଉଛି । ଏଣୁ ଆସନ୍ତା ନିର୍ବାଚନରେ କର୍ଣ୍ଣାଟକରେ ବିଜେପି ୪୦ ଆସନ ପାଇବ ବୋଲି କହିଛନ୍ତି ରାହୁଲ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ପଞ୍ଚାୟତକୁ ଏକ କୋଟି ଲେଖାଏ ଟଙ୍କା ମିଳିବ ବୋଲି ସେ କହିଛନ୍ତି । ସେପଟେ ଅଭିନେତା ଶିବରାଜ କୁମାରଙ୍କ ପତ୍ନୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ. ବାଙ୍ଗାରାପ୍ପାଙ୍କ କନ୍ୟା ଗୀତା ଶିବରାଜ କୁମାର କଂଗ୍ରେସରେ ସାମିଲ । ଜେଡିଏସ ପରିତ୍ୟାଗ କରି କଂଗ୍ରେସର ହାତ ଧରିଛନ୍ତି ଗୀତା । ପିସିସି ସଭାପତି ଡି.କେ. ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ଗୀତା । ୨୦୧୪ରେ ଶିବମୋଗା ଲୋକସଭା ଆସନରୁ ଜେଡିଏସ ଟିକେଟରେ ଲଢି ସେ ପରାଜିତ ହୋଇଥିଲେ । ଏହି ଆସନରୁ ବିଜୟୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦ୍ୟୁରପ୍ପା ।