ଆଜି ସିବିଆଇରେ ହାଜର ହେବେ ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଜାମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ନୋଟିସ କରିଛି କେନ୍ଦ୍ରୀୟ ଏଜେନ୍ସି । ସିବିଆଇ ନୋଟିସ ଆସିପାରେ ବୋଲି ପୂର୍ବରୁ ସତ୍ୟପାଲ ମଲ୍ଲିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ସତକୁ ସତ ପରେ ତାଙ୍କୁ ତାଙ୍କୁ ସିବିଆଇ ନୋଟିସ କରିଥିଲା । ସତ୍ୟପାଲ କହିଛନ୍ତି ବିଜେପିର ଗୁମର ଖୋଲୁଥିବା ଲୋକଙ୍କୁ ଡରାଇ ଧମକାଇ ସିବିଆଇ ଇଡି ଲଗାଇ ମୁହଁ ବନ୍ଦ କରିବା ପ୍ରଚେଷ୍ଟା ଜାରି ରହିଛି । ହେଲେ ତାଙ୍କ ମୁହଁ ବିଜେପି ବନ୍ଦ କରିପାରିବ ନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ, ସତ ପଦାକୁ ଆଣିଥିବାରୁ ତାଙ୍କ ବିରୋଧରେ କେନ୍ଦ୍ର ବିଜେପି ନେତୃମଣ୍ଡଳୀ ଏଭଳି ଆଚରଣ ଦେଖାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍