The Topmost

“The eyes believe themselves, the ears believe other people.”

କର୍ଣ୍ଣାଟକ ପାଇଁ ବଳ କଷାକଷି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ମେ ୧୦ରେ ଭୋଟ ପଡିବାକୁ ଥିବାବେଳେ କର୍ଣ୍ଣାଟକ ମହୀଶୁରରେ ପହଞ୍ଚି ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋମବାର ସକାଳୁ ମହୀଶୁର ଚାମୁଣ୍ଡେଶ୍ୱର ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ ଶାହା । ଏହାପରେ ବିଜେପିର ବିଶାଳ ରୋଡ୍ ସୋ’ରେ ଯୋଗ ଦେଇଥିଲେ । ୨୦୧୮ରେ କର୍ଣ୍ଣାଟକରେ ସରକାର ଗଢିଥିବା ବିଜେପିକୁ ପୁଣିଥରେ ଶାସନ ଗାଦିରେ ବସାଇବା ପାଇଁ ନିର୍ବାଚନୀ ମୈଇଦାନକୁ ଓହ୍ଲାଇଛନ୍ତି ଖୋଦ୍ ଗୃହମନ୍ତ୍ରୀ । ରୋଡ୍ ସୋ କରି ବିଜେପି ପାଇଁ ବଳ ଗୋଟେଇବାରେ ଲାଗିପଡିଛନ୍ତି ଅମିତ ଶାହା । ସେପଟେ କର୍ଣ୍ଣାଟକରେ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଲାଗି ପଡିଛି କଂଗ୍ରେସ । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମାରାଥନ ରାଲି ଓ ସଭା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେବଳ ରାହୁଲ ଗାନ୍ଧୀ ନୁହଁନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବି କର୍ଣ୍ଣାଟକରେ ନିର୍ବାଚନୀ ପ୍ରଚାର କରିଛନ୍ତି ।

SHARE BY