ଏଣିକି ଆମେରିକାରେ ମିଳିବ ଦୀପାବଳି ଛୁଟି । ୟୁନାଇଟେଡ୍ ଷ୍ଟେଟ୍ସର ପେନସିଲଭେନିଆରେ ଦୀପାବଳିକୁ ନ୍ୟାସନାଲ ହଲିଡେ ଘୋଷଣା କରାଯାଇଛି । ସିନେଟର ନିକିଲ ସବଲ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଏନେଇ ସର୍ବସମ୍ମତି କ୍ରମେ ସ୍ବତନ୍ତ୍ର ବିଲ ପାସ୍ କରାଯାଇଛି । ପେନସିବେନିଆରେ ଦକ୍ଷିଣ ଏସିଆର ପ୍ରାୟ ୨ ଲକ୍ଷ ଲୋକ ବସବାସ କରୁଥିବା ବେଳେ ସେମାନେ ଦୀପାବଳିକୁ ବେଶ ଧୁମଧାମରେ ପାଳନ କରିଥାନ୍ତି । ତେଣୁ ସେମାନଙ୍କ ପର୍ବକୁ ଆପଣାଇବା ସହ ସମସ୍ତେ ଏକାଠି ଦୀପାବଳିକୁ ପାଳନ କରିବାକୁ ଛୁଟି ଘୋଷଣା ପାଇଁ ସ୍ବତନ୍ତ୍ର ବିଲ୍ ପାସ କରାଯାଇଛି ବୋଲି ସିନେଟର ସବଲ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ