ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆନନ୍ଦ ମୋହନ । ୧୪ବର୍ଷ ପରେ ଜେଲରୁ ମୁକୁଳିଲେ ପୂର୍ବତନ ସାଂସଦ । ଆଜି ଭୋର ସାଢ଼େ ୪ ଟାରେ ଆନନ୍ଦ ମୋହନଙ୍କୁ ସହରସା ଜେଲ ଚାରିକାନ୍ଥରୁ ମୁକ୍ତି ମିଳିଛି । ସକାଳୁ ସକାଳୁ ଆନନ୍ଦଙ୍କ ସମର୍ଥକ ପୋଷ୍ଟର, ବ୍ୟାନର ଧରି ଜେଲ ଆଗରେ ଭିଡ଼ ଜମାଇଥିଲେ । ମାତ୍ର ଏହାପୂର୍ବରୁ ହିଁ ଆନନ୍ଦଙ୍କୁ ଜେଲରୁ ମୁକୁଳାଇ ଦିଆଯାଇଥିଲା । ସହର ସାରା ଆନନ୍ଦ ମୋହନଙ୍କ ସମର୍ଥନରେ ପୋଷ୍ଟର ଲଗାଯାଇଛି । ୧୯୯୪ ଡିସେମ୍ବର ୪ ତାରିଖରେ ନିଜ ଦଳର ନେତାଙ୍କୁ ହତ୍ୟା ଓ ୫ ତାରିଖରେ ମୁଜଫରପୁରରେ ହିଂସାକୁ ଉକୁସାଇଥିଲେ ଆନନ୍ଦ ମୋହନ । ହିଂସା ସମୟରେ ଗୋପାଲଗଞ୍ଜର ତତ୍କାଳୀନ ଜିଲ୍ଲାପାଳ ଜି. କୃଷ୍ଣେୟାଙ୍କୁ ଗାଡ଼ି ଉପରେ ହମଲା ପରେ ତାଙ୍କୁ ଗୁଳି କରି ହତ୍ୟା କରିଦିଆଯାଇଥିଲା । ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆନନ୍ଦ ମୋହନଙ୍କୁ ଜେଲରୁ ମୁକ୍ତି ମିଳିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ