ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ଖୋଲିଲା କଲମା ଡ୍ୟାମ୍ । ମୋଟ ୬୬ଟି ଗେଟରୁ ୨୦ଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି । ବେଆଇନ ଭାବରେ ପାଣି ଗଚ୍ଛିତ ରଖିଥିଲେ କି ଛତିଶଗଡ ସରକାର ? ଅଣମୌସୁମୀ ସମୟରେ କାହିଁକି ଖୋଲିଲା କଲମା ଡ୍ୟାମ୍ ? କଲମା ଡ୍ୟାମର ଗେଟ ଖୋଲିବା ପରେ ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଓଡ଼ିଶା ଛତିଶଗଡ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ଗତ ୨୦ ତାରିଖରେ ଛତିଶଗଡ଼ ଯାଇ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହାପରେ ଆଜି ଛତିଶଗଡ଼ କଲମା ଡ୍ୟାମର ୨୦ଟି ଗେଟ ଖୋଲିଛି । ହୀରାକୁଦ ନଦୀବନ୍ଧ ଜଳସ୍ତର ବର୍ତ୍ତମାନ ୬୧୧.୭୫ ଫୁଟ ରହିଛି । ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ଆସନ୍ତା ମେ ୧୦ ତାରିଖରେ ହୀରାକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ