The Topmost

“The eyes believe themselves, the ears believe other people.”

ଏଲଓସି ନିକଟରେ ଆତଙ୍କବାଦୀଙ୍କୁ ୫ଟି କଣ୍ଟ୍ରୋଲ ରୁମ୍

ଜମ୍ମୁ କାଶ୍ମୀର ପୁଞ୍ଛରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଦିନ କେଇଟା ବିତିନଥିବା ବେଳେ ପୁଣି ପାକିସ୍ତାନ୍ ଏକ ବଡ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଛି । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ୍ ପୁଣି ଷଡଯନ୍ତ୍ର ରଚୁଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପାକିସ୍ତାନର ଖୁଫିଆ ଏଜେନ୍ସି ଓ ପାକିସ୍ତାନୀ ସେନା ମିଳିତ ଭାବେ ଆତଙ୍କବାଦୀଙ୍କୁ ପ୍ରସେୟ ଦେଇଛନ୍ତି । ନିୟନ୍ତ୍ରଣ ରେଖା ନିକଟ ପିଓକେରେ ଆତଙ୍କବାଦୀଙ୍କୁ ୫ଟି କଣ୍ଟ୍ରୋଲ ରୁମ୍ ପାକିସ୍ତାନ୍ ପ୍ରଦାନ କରିଥିବା ଗୁପ୍ତ ସୂଚନାରୁ ଜଣାପଡିଛି । ଭିମ୍ବର, ନୀଲମ ବେଲି, ଲିପା ବେଲି, ରାବଲକୋଟ୍ ଏବଂ ମୁଜାଫରବାଦରେ ଏହି କଣ୍ଟ୍ରୋଲ ରୁମ୍ ବନାଯାଇଛି । ଏହି କଣ୍ଟ୍ରୋଲ ରୁମରୁ ରହି ଅନୁଧ୍ୟାନ କରାଯିବ କି, କିପରି ଭାରତରେ ଆତଙ୍କବାଦୀଙ୍କୁ ପ୍ରବେଶ କରାଯାଇ ପାରିବ । ଏହା ସହିତ ଭାରତୀୟ ଯବାନଙ୍କ ଗତିବିଧୀ ଉପରେ ନଜର ରଖିବା ଏହି କଣ୍ଟ୍ରୋଲ ରୁମରୁ ସମ୍ଭବ ହୋଇପାରିବ ।