The Topmost

“The eyes believe themselves, the ears believe other people.”

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକରେ ୨ଦିନିଆ ରାଷ୍ଟ୍ରୀୟ ଶୋକ

ଆସନ୍ତାକାଲି ହେବ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶେଷକୃତ୍ୟ । ଭଟିଣ୍ଡା ମୋହାଲରି ବାଦଲ ଗାଁରେ ପ୍ରକାଶ ସିଂ ବାଦଲଙ୍କ ଅନ୍ତିମ ସଂସ୍କାର ହେବ । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ପ୍ରକାଶ ସିଂ ବାଦଲଙ୍କୁ ସପ୍ତାହେ ତଳେ ପଞ୍ଜାବ ମୋହାଲିର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଗତବର୍ଷ ଜୁନରେ ବି ହସପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ଜାନୁଆରୀରେ ସେ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରକାଶ ସିଂ ବାଦଲ ପାଞ୍ଚ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୪୭ରେ ରାଜନୀତିରେ ପାଦ ଥାପିଥିବା ପ୍ରକାଶ ସିଂ ବାଦଲ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ୧୯୫୭ରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିଥିଲେ । ୧୯୬୯ରେ ସେ ନିର୍ବାଚନ ଜିତିଥିଲେ । ୧୯୭୦-୭୧, ୧୯୭୭-୮୦, ୧୯୯୭-୨୦୦୨ ଯାଏଁ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ ।