The Topmost

“The eyes believe themselves, the ears believe other people.”

ଭାରତର ମହାବିନାଶକ ମିଶାଇଲ

ପାକିସ୍ତାନ ହେଉ କି ଚୀନ୍ ଏବେ କାହାରି କୌଣସି ଅସ୍ତ୍ର ସାମୁଦ୍ରିକ ପଥ ଦେଇ ମଧ୍ୟ ଭାରତକୁ ଆକ୍ରମଣ କରିପାରିବେ ନାହିଁ । କାରଣ ଏଥିପାଇଁ ଭାରତୀୟ ନୌସେନାରେ ସାମିଲ ହୋଇଛି ଘାତକ ମିଶାଇଲ । ଏବେ ନୌସେନାରେ ଏପରି ବାଲାଷ୍ଟିକ୍ ମିଶାଇଲ ସାମିଲ ହୋଇଛି ଯାହା ବାୟୁମଣ୍ଡଳରେ ହିଁ ଶତ୍ରୁର ସବୁ ଅସ୍ତ୍ରକୁ ପ୍ରତିଆକ୍ରମଣ କରି ନଷ୍ଟ କରିଦେବ । ଏହାର ଅର୍ଥ ଶତ୍ରୁର କୌଣସି ଅସ୍ତ୍ର ଭାରତ ମାଟିକୁ ଛୁଇବା ପୂର୍ବରୁ ହିଁ ନଷ୍ଟ ହୋଇଯିବ ।ଡିଆରଡିଓ ଓ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଓଡିଶା ଉପକୂଳର ସୁରକ୍ଷା ପାଇଁ ପ୍ରଥମ ଥର ପାଇଁ ଏଣ୍ଡୋ ଆଟମୋସ୍ପିୟରିକ୍ ବିଏମଡି ଇଣ୍ଟରସେପ୍ଟର ମିଶାଇଲକୁ ସଫଳ ଭାବେ ପରୀକ୍ଷା କରାଯାଇଛି । ଏହି ମିଶାଇଲ ପାକିସ୍ତାନ କିମ୍ବା ଓ ଚୀନ୍ ପଟୁ ଆସୁଥିବା ବାଲାଷ୍ଟିକ୍ ମିଶାଇଲକୁ ବାୟୁମଣ୍ଡଳରେ ହିଁ ଧ୍ୱଂସ କରିଦେବ । ଏହାକୁ ନୌସେନାର ଜାହାଜରୁ ଉତକ୍ଷେପଣ କରାଯିବ ।