The Topmost

“The eyes believe themselves, the ears believe other people.”

ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ମର୍ଡର କେସ୍ ପିଟିସନର ଆଜି ଶୁଣାଣି 

ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ମର୍ଡର କେସ୍ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପୋଲିସ ହେପାଜତରେ ଅତିକ ଓ ତାର ଭାଇ ଅସରଫକୁ ହତ୍ୟାକୁ ନେଇ ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଏର କରିଥିଲେ ଆଇନଜୀବୀ ବିଶାଲ ତିଓ୍ବାରୀ । ମାଫିଆମୁକ୍ତ ନାଁରେ ଫେକ୍ ଏନକାଉଣ୍ଟର, ପୋଲିସ ହେପାଜତରେ ହତ୍ୟା ଆଦି ଘଟଣା ଗତ କିଛିବର୍ଷ ମଧ୍ୟରେ ବଢିଛି । ଏହି ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ପିଟିସନରେ ଅପିଲ କରାଯାଇଛି । ଗତ ୬ ବର୍ଷରେ ୟୁପିରେ ବିଜେପି ସରକାର ଆସିବା ପରେ ୧୮୩ ଜଣଙ୍କୁ ଏନକାଉଣ୍ଟର କରାଯାଇଛି । ରାଜ୍ୟରେ ଏତେ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବି ଟାର୍ଗେଟ କରାଯାଉଥିବା ଦେଖାଯାଉଛି । ଅତିକ ଓ ଅସରଫର ହତ୍ୟାକାଣ୍ଡକରେ ୟୁପି ସରକାର ଓ ପୋଲିସ ପ୍ରଶାସନର ସନ୍ଦିଗ୍ଧ ଭୂମିକାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିଲା।