Skip to content
ମହାରାଷ୍ଟ୍ରର ଏକନାଥ ସିନ୍ଦେ ଓ ବିଜେପିର ମିଳିତ ସରକାରକୁ ନେଇ ଶିବସେନା (ଉଦ୍ଧବ ଠାକରେ ଗ୍ରୁପ) ନେତା ସଂଜୟ ରାୱତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି କି ମହାରାଷ୍ଟ୍ରର ସିନ୍ଦେ-ଫଡନଭିସ୍ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଭାଙ୍ଗିବାକୁ ଯାଉଛି । ସେ କହିଛନ୍ତି କି ଚଳିତ ସରକାରର ଡେଥ୍ ୱାରେଣ୍ଟ ଜାରି ହୋଇସାରିଛି । ସଂଜୟ ରାୱତଙ୍କ ଏଭଳି ଦାବି ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ସଂଜୟ ରାୱତ କହିଛନ୍ତି କି ମହାରାଷ୍ଟ୍ର ସରକାରକୁ ନେଇ ସମସ୍ତେ ନିଜ ନିଜ ଗଣିତ ପ୍ରକାଶ କରୁଛନ୍ତି । ହେଲେ ସେ ଫଳାଫଳକୁ ଅପେକ୍ଷା କରୁଛନ୍ତି ଓ ସିନ୍ଦେଙ୍କ ସମର୍ଥନରେ ଶିବସେନାକୁ ଯେଉଁ ୪୦ ଜଣ ବିଧାୟକ ଦୁଇଭାଗ କରିଦେଇଥିଲେ ସେମାନେ ଏବେ ସିନ୍ଦେଙ୍କ ପରିଚାଳନାରେ ଚାଲିଥିବା ସରକାରରେ ରହିବାକୁ ପସନ୍ଦ କରୁନାହାଁନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ