The Topmost

“The eyes believe themselves, the ears believe other people.”

ଆମେରିକା ସୁପ୍ରିମକୋର୍ଟଙ୍କ ବଡ ରାୟ

ଗର୍ଭପାତ ବଟିକାକୁ ନେଇ ଆମେରିକା ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ନିମ୍ନକୋର୍ଟଙ୍କ ନିଷେଧାଦେଶକୁ ରଦ୍ଦ କରି ଏହାର ବ୍ୟବହାରକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟଙ୍କ ଏହି ରାୟ ପରେ ଗର୍ଭପାତ ଲାଗି ଆବଶ୍ୟକ ମିଫେପ୍ରିଷ୍ଟନ ବଟିକା ବଜାରରେ ଉପଲବ୍ଧ ହେବ । ନିମ୍ନକୋର୍ଟଙ୍କ ରାୟ ବିରୋଧରେ ତୁରନ୍ତ ରହିତାଦେଶ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବାଇଡେନ ପ୍ରଶାସନର ଜଷ୍ଟିସ ଡିପାର୍ଟମେଣ୍ଟ । ଗର୍ଭପାତ ବିରୋଧୀ ଗୋଷ୍ଠୀଙ୍କ ଦ୍ବାରା ଆଗତ ଏକ ପିଟିସନର ଶୁଣାଣି କରି ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ କୋର୍ଟ ଏହି ବଟିକାର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଥିଲେ । ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବାଇଡେନ ସରକାର । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।